ଜାତୀୟ ପରିସଂଖ୍ୟାନ ବିଭାଗ ର ସମାଜାର୍ଥିକ ସର୍ଭେ ଅନ୍ତର୍ଗତ ୮୦ତମ ଶୃଙ୍ଖଳା ର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ଜାତୀୟ ପରିସଂଖ୍ୟାନ ବିଭାଗ ର ସମାଜାର୍ଥିକ ସର୍ଭେ ଅନ୍ତର୍ଗତ ୮୦ତମ ଶୃଙ୍ଖଳା ର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର କୋରାପୁଟ ସ୍ଥିତ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ କେନ୍ଦ୍ର ଓ ହୋଟେଲ ଆଲିଶାନ ର ସଭାଗୃହ ରେ ଅନୁଷ୍ଠିତ ହୋଇ ଯାଇଅଛି।ଏହି ପ୍ରଶିକ୍ଷଣ ଶିବିର କ୍ଷେତ୍ରୀୟ କାର୍ଯ୍ୟାଳୟର ସହ ନିର୍ଦ୍ଦେଶକ ଶ୍ରୀ ଯୁଧିଷ୍ଠିର ଶବର ଙ୍କ ତତ୍ବାବଧାନରେ ଉପ କ୍ଷେତ୍ରୀୟ କାର୍ଯ୍ୟାଳୟ ଭବାନିପାଟଣା ଦ୍ଵାରା ଆୟୋଜନ କରା ଯାଇଥିଲା। ଉକ୍ତ ପ୍ରଶିକ୍ଷଣ ଶିବିର ରେ ସମ୍ବଲପୁର ଏବଂ ଭବାନିପାଟଣା କାର୍ଯ୍ୟାଳୟ ର ପ୍ରାୟ ୫୫ ଜଣ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ୧୫ ତାରିଖ ରେ ଅନୁଷ୍ଠିତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମୀକ୍ଷା ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଶିବସାଇ ସ୍ୱରୂପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ରୋଗ ର ଲକ୍ଷଣ ଏବଂ ଚିହ୍ନଟ ସମ୍ବନ୍ଧୀୟ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ ପୂର୍ବକ ବହୁ ବୈଷୟିକ ପ୍ରଶ୍ନର ଉତ୍ତର ରଖିଥିଲେ। ଉକ୍ତ କାର୍ଯକ୍ରମ ରେ ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାହୁଲ କୁମାର ପଟେଲ ପୌରୋହିତ୍ୟ କରିଥିଲେ। ୧୬ ତାରିଖ ରେ ଶିକ୍ଷା ସମ୍ବନ୍ଧୀୟ କ୍ଷେତ୍ରୀୟ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, କୋରାପୁଟ ର ଅର୍ଥନୀତି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବିଶ୍ୱଜିତ୍ ଭୋଇ ଯୋଗ ଦେଇ ଦେଶ ବିକାଶ ରେ ଶିକ୍ଷା ସମ୍ବନ୍ଧୀୟ ସର୍ଭେ ର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ। ଉକ୍ତ ୨ ଦିନ ପ୍ରଶିକ୍ଷଣ ଶିବିରରେ ବରିଷ୍ଠ ସାଂଖିକୀ ଅଧିକାରୀ ସର୍ବଶ୍ରୀ ଦୁର୍ଗାପ୍ରସାଦ ପଣ୍ଡା,କ୍ଷୀରୋଦ ପଧାନ ଏବଂ ରାଧାକାନ୍ତ ଦେହୁରୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଭୟ କାର୍ଯ୍ୟାଳୟ ର ମୁଖ୍ୟ ହିସାବରେ ଉପ ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ରାହୁଲ କୁମାର ପଟେଲ ସର୍ଭେ ର ସଫଳତା ଉପରେ ଗୁରୁତ୍ବ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆୟୋଜନ ପାଇଁ ଭବାନୀପାଟଣା କାର୍ଯ୍ୟାଳୟ ଓ ସହଯୋଗିତା ପାଇଁ ଜିଲ୍ଲା ଡିପିଏମୟୁ ଅଫିସର ପ୍ରଶଂସା କରିଥିଲେ। ଶେଷରେ ବରିଷ୍ଠ ସାଂଖୀକି ଅଧିକାରୀ ଶ୍ରୀ ରାଧାକାନ୍ତ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।