କୋରାପୁଟରେ ଗଣ ଦୌଡ

ଓଡ଼ିଆ ପକ୍ଷ ନେଇ ଶନିବାର କୋରାପୁଟରେ ଐତିହ୍ୟ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି. କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଆୟୋଜିତ ଏହି ଗଣଦୌଡ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲାପାଳ ଦେବୀ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିବା ସମେତ ରାଜ୍ୟ ସରକାର ଓଡ଼ିଶାର ଐତିହ୍ୟକୁ କିପରି ଅଧିକ ପ୍ରଚାର ପ୍ରସାର ସହ ଏହାକୁ ଏକ ଜନ ଆନ୍ଦୋଳନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ.. ଏହି ଗଣ ଦୌଡ ସହର ପରିକ୍ରମା ସହ ଶେଷରେ କୋରାପୁଟ ଷ୍ଟାଡିୟମ ଠାରେ ଶେଷ ହୋଇଥିଲା… ଏହି ଗଣ ଦୌଡ ରେ କୋରାପୁଟ କ୍ରୀଡା ହଷ୍ଟେଲ ର ଛାତ୍ରଛାତ୍ରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର, ବହୁ ଯୁବକ ଯୁବତୀ , ଅଧିକାରୀ ଏବଂ କର୍ମଚାରୀ ଏଥିରେ ଅଂଶଗ୍ରହଣ କରି ଓଡ଼ିଶାର ଐତିହ୍ୟ ଉପରେ ସହରବାସୀଙ୍କୁ ସଚେତନ କରିଥିଲେ… ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠୀ, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଜିଲା କ୍ରୀଡା ଅଧିକାରୀ ସୁବ୍ରତ କୁମାର ସାହୁ, ଡେପୁଟି କଲେକ୍ଟର ଦେବେନ୍ଦ୍ର ରାଉତ, ସରଂଜିତା ମାଝୀ, ଜ୍ୟୋତିପ୍ରକାଶ ସେଠୀ ଙ୍କ ସମେତ ଜିଲ୍ଲାପ୍ରଶାସନର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ..