ଓଡିଆ ରେ ଫଳକ ଲେଖିବା ପାଇଁ ସଚେତନତା

ରାଜ୍ୟ ସରକାରଙ୍କ ତରଫରୁ ସାରା ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା “ ଓଡିଶା ଦିବସ ଏପ୍ରିଲ ୦୧ ତାରିଖରୁ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଜାରି ରହିଛି l ଏହି କ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ନିର୍ଦ୍ଦେଶ କ୍ରମେ ଜୟପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ବାରା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆରେ ସ୍ପଷ୍ଟ ଭାବେ ନାମଫଳକ ଲେଖିବା ସମ୍ବନ୍ଧୀୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଓଡିଆ ନାମଫଳକ ଅଭିଯାନ ତଥା ସଚେତନତI ପଦଯାତ୍ରାକୁ ମାନ୍ୟବର ଜିଲ୍ଲାପାଳ କୋରାପୁଟ ଶ୍ରୀ ଭି. କୀର୍ତ୍ତି ୱାସନଙ୍କ ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ ସଦର ମହକୁମାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦେବୀ ପ୍ରସାଦ ମହାନ୍ତି ଏବଂ ଜୟପୁର ଉପଖଣ୍ଡରେ ଉପ ଜିଲ୍ଲାପାଳ ସୁଶ୍ରୀ ଏ. ଶସ୍ୟI ରେଡି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ସଚେତନତା ଅଭିଯାନ ତଥା ପଦଯାତ୍ରା କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ କୋରାପୁଟ ବଜ଼ାର ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଁ ସମାପ୍ତ ହୋଇଥିଲା ଏବଂ ଜୟପୁରଠIରେ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଜୟପୁର ଠାରୁ ଆରମ୍ଭ ହୋଇ ଜୟପୁର ପୌରପରିଷଦ ଠାରେ ଅବସ୍ଥିତ ସମସ୍ତ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଅତିକ୍ରମ କରି ସମାପ୍ତ ହୋଇଥିଲା l ଏହି ଅବସରରେ କୋରାପୁଟ ଠାରେ ନିର୍ବାହୀ ଅଧିକାରୀ, କୋରାପୁଟ ପୌର ପରିଷଦ, ଜିଲ୍ଲା ଶ୍ରମ ଅଧିକାରୀ, ଜୟପୁର, ଡେପୁଟି କଲେକ୍ଟର (ନିଜାରତ ଏବଂ ଜରୁରୀ କାଳିନ ବିଭାଗ), କୋରାପୁଟ, ସହକାରୀ ଜିଲ୍ଲାପାଳ, କୋରାପୁଟ, ଜିଲ୍ଲା ସଂସ୍କୃତି ଅଧିକାରୀ, କୋରାପୁଟ, ସହକାରୀ ଶ୍ରମ ଅଧିକାରୀ କୋରାପୁଟ ଓ ନାରାୟଣପାଟଣା, SOVA ଏବଂ ଏକତା NGOଙ୍କ କର୍ମକର୍ତ୍ତା, ସ୍କୁଲ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ I ଠିକ ସେହିପରି ଜୟପୁର ଉପଖଣ୍ଡରେ ଆୟୋଜିତ ପଦଯାତ୍ରାରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଜୟପୁର, ସହକାରୀ ଶ୍ରମ ଅଧିକାରୀ, ଜୟପୁର ଓ କୁନ୍ଦୁରା, ଜୟପୁର ବାଣିଜ୍ୟ ସଂଗଠନର ସଭାପତି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା, ଶ୍ରମିକ ସଂଗଠନ ର କର୍ମକର୍ତ୍ତା, ଜୟପୁର ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ଜୟପୁର ସିଟି ସ୍କୁଲ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ I ଏତଦବ୍ୟତୀତ ଓଡ଼ିଆରେ ନାମ ଫଳକ ଲେଖିବା ସମ୍ବନ୍ଧୀୟ ଏକ ବାର୍ତ୍ତା, ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପୂର୍ବକ ସଚେତନ କରାଯାଇଅଛି I ଏହି କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୋରାପୁଟ ଏବଂ ଜୟପୁର ପୋଲିସ କର୍ତ୍ତୃପକ୍ଷରୁ ଉପଯୁକ୍ତ ପଦେକ୍ଷପ ଗ୍ରହଣ କରାଯାଇଥିଲା l